
ବାଲେଶ୍ୱର/ଭୁବନେଶ୍ୱର, ଯାହା ବଡ ବଡ ବୈଜ୍ଞାନିକ କରିପାରିନଥିଲେ ପ୍ରଧାନମନ୍ତ୍ରୀ ମୋଦି ତାହା କରି ଦେଖାଇଛନ୍ତି । ମୋଦି ୟୁରିଆକୁ ନିମ୍ବ କୋଟେଡ୍ କରିବା ଫଳରେ ମାର୍କେଟ୍ କୁ ପଳାଉଥିବା ୟୁରିଆ ଚାଷୀମାନଙ୍କୁ ସୁବିଧାରେ ମିଳିପାରିଛି । କୃଷି କ୍ଷେତ୍ରରେ ଆମ ବୈଜ୍ଞାନିକ ମାନେ ନାନୋ ୟୁରିଆର ଆବିଷ୍କାର କରିଛନ୍ତି । ନାନୋ ୟୁରିଆ ଏକ ଏଭଳି ଟେକ୍ନୋଲୋଜି ଦ୍ୱାରା ଚାଷୀଙ୍କ ଶ୍ରମ ଭାର ଲାଘବ ହୋଇଛି । ଯେଉଁ ୫୦ କେଜିର ୟୁରିଆକୁ ଆମେ କାନ୍ଧରେ ବୋହି କ୍ଷେତକୁ ନେଉଥିଲୁ ତାହା ଏବେ ୫୦୦ ଏମଏଲ୍ ରେ ପରିବର୍ତନ କରାଯାଇଛି । ତାହାକୁ ଏବେ ପକେଟ୍ ରଖି ନେଇ ଯାଇହେବ । ଏହା ବର୍ତମାନ ଚାଷୀଙ୍କୁ ବହୁତ ଶସ୍ତା ଓ ସହଜରେ ମିଳିପାରୁଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀଧନ ସମ୍ପଦ ମନ୍ତ୍ରୀ ପରଷୋତମ ରୁପାଲା ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଠାରେ ଆୟୋଜିତ କୃଷି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଭାରତର ଉଭୟ ପଶ୍ଚିମ ଓ ପୂର୍ବ ଭାଗକୁ ସମାନ ଗୁରୁତ୍ୱ ଦେଇଛନ୍ତି । ପଶ୍ଚିମ ଭାଗରେ ଯେଉଁଭଳି ବିକାଶ ହୋଇଛି ପୂର୍ବ ଭାଗରେ ମଧ୍ୟ ସେହିଭଳି ବିକାଶ କରାଯାଇଛି ।