ଭୁବନେଶ୍ୱର, ୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଆଲୋଚନା ପାଇଁ ସେମାନେ ଆହ୍ୱାନ ଦେଲେ, କିନ୍ତୁ ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛଘୁଂଚା ଦେଲେ । ଦେଖାଯାଉ ବାଚସ୍ପତି ରୁଲିଂ ଦେଇଛନ୍ତି, ବିଧାନସଭା ଚଳାଉଛନ୍ତି ନା ବନ୍ଦ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ସେ କହିଛନ୍ତି ମହାନଦୀ ପାଇଁ ଗୃହରେ ଦୁଇ ଦୁଇଟି ଗୃହ କମିଟି ହେଲା । ଗୋଟିକରେ ଅଧ୍ୟକ୍ଷ ଥିଲେ ମୁଖ୍ୟମନ୍ତ୍ରୀ, ଅନ୍ୟଟିରେ ଅଧ୍ୟକ୍ଷ ଥିଲେ ବାଚସ୍ପତି । ଥରଟିଏ ମିଟିଂ ଡାକିନାହାନ୍ତି ।ସରକାର ବିରୋଧୀ ଦଳମାନଙ୍କୁ ବିଶ୍ୱାସକୁ ନେଉନାହାନ୍ତି, ଯେଉଁଥିପାଇଁ ଫେଲ୍ ମାରୁଛନ୍ତି ବୋଲି କହିଛନ୍ତି ନରସିଂହ ।