ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କ ୫ – ଟି ସଚିବ ଭିକେ ପାଣ୍ଡିଆନ ଶନିବାର କଟକ ଗସ୍ତ କରି ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ୫ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି । ଏଠାରେ ୨ ବର୍ଷ ହେଲା ଚାଲିଥିବା ନିର୍ମାଣ କାମର ଅଗ୍ରଗତି ନେଇ ଅଧିକାରୀଙ୍କ ସହିତ କଥାବାର୍ତା କରିବା ସହିତ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୫ଟି ସଚିବ ମା’ କଟକ ଚଣ୍ଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଚଣ୍ଡିମନ୍ଦିର ରାସ୍ତା ସଂପ୍ରସାରଣ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ସେହିପରି ୫ଟି ସଚିବ ରାଣୀହାଟରେ ନବନିର୍ମିତ କ୍ଲକ ଟାୱାର ଓ ତାଳଦଣ୍ଡା କେନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ସେହିପରି ଛତ୍ରବଜାରରେ ନିର୍ମାଣଧୀନ ଭେଣ୍ଡିଂ ଜୋନ୍ ର ସମୀକ୍ଷା କରିଥିଲେ । ଏହି ସମୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପବନ କଲ୍ୟାଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।