-
ପୁଣି ମୋ ସରକାର ଏବଂ ଫାଇଭ ଟି କୁ ଟାର୍ଗେଟ କଲେ ଜୟ ନାରାୟଣ
ଭୁବନେଶ୍ୱର, ରାଜ୍ୟରେ ଅପପୃଷ୍ଚି ପ୍ରସଙ୍ଗ ବିଧାନସଭାରେ ଉଠିଛି । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କାଠଗ଼ଡାରେ ଠିଆ କରାଇୂା ସହ ବିଭାଗୀୟ ମନ୍ତ୍ରୀ ଏ ପ୍ରସଙ୍ଗରେ ବିଧାନସଭାରେ ବକ୍ତବ୍ୟ ପାଇଁ ନିର୍ଦେଶ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।
ଶୂନ୍ୟକାଳରେ ସେ ଏବବି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ କିଛି ବର୍ଷ ତଳେ ଆମେ ନଗଡାର ଚିତ୍ର ଦେଖିଥିଲେ । ଏବେ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ ରହିଛି | କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ 19 ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । 31 ପ୍ରତିଶତ ଛୁଆ ପୃଷ୍ଟି ହୀନତା ର ଶିକାର, 64 ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି ସେହିଭଳି 61.8 ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି
ସେ ପ୍ରଶ୍ନ କରିଛନ୍ତି ଯେ ଏଇଟା କଣ ମୋ ସରକାର, ଏଇଟା କଣ ଫାଇଭ ଟି । କଣ ଓଡ଼ିଶାର ବିକାଶ ବୋଲି କଲେ ପ୍ରଶ୍ନ କଲେ ଜୟନାରାୟଣ | ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ ।