ଭୁବନେଶ୍ୱର, କେନ୍ଦ୍ର ସରକାର ଓଡିଶାକୁ ଗମନାଗମନ କ୍ଷେତ୍ରରେ ଅବହେଳା କରୁଛନ୍ତି । ରେଳବାଇ ଠାରୁ ଆରମ୍ଭ କରି ସଡକ ମାର୍ଗରେ ରାଜ୍ୟ ପ୍ରତି ଅବହେଳା କରାଯାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାହୁ କହିଛନ୍ତି ଯେ ରେଳ ବଜେଟ ଯେତିକି ଘୋଷଣା କରାଯାଉଛି ସେତିକି ଖର୍ଚ୍ଚ ହେଉନି । କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି, ତାହା ଦିଅନ୍ତନି l ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପରେ ହେଇଥିବା ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇବା ସହ ସେ କହିଛନ୍ତି ଯେ ଏବେ ବି ଓଡ଼ିଶାର ବହୁ ଜିଲ୍ଲା ରେଳ ସଂଯୋଗ ଯାଇନାହିଁ ।
ସେହିପରି ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ କହିଲେ କେନ୍ଦ୍ର କେବଳ ବଡ ବଡ ଘୋଷଣା କରୁଛନ୍ତି ହେଲେ ଦେଉନାହାନ୍ତି l ତେଣୁ କେନ୍ଦ୍ର କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ କରିଛନ୍ତି ହିସାବ ଦିଅନ୍ତୁ କେନ୍ଦ୍ର ସରକାର ବୋଲି ସେ ଦାବି କରିଥିଲେ ।