ଭୁବନେଶ୍ୱରର, ବଲାଙ୍ଗୀର- ନୂଆପଡା ଅଂଚଳ ଦାଦନ ପ୍ବବଣ ଅଂଚଳ ହୋଇଥିବା କାରଣରୁ ବଲାଙ୍ଗିର ଜିଲ୍ଲାରେ ସରକାର ଅଗ୍ରାଧିକାର ଭିତିରେ ଶିଳ୍ପ ସ୍ଥାପନା କରିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ସମ୍ପର୍କିତ ପ୍ରଶ୍ନରେ ଆଲୋଚନା ବେଳେ ଏଥିରେ ଭାଗ ନେଇ ସେ କହିଛନ୍ତି ଯେ ବଲାଙ୍ଗୀରରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବା ଆବଶ୍ୟକ । ସେହିପରି ଦେଓଗାଁ ଠାରେ ଥିବା ଚିନି କଳକୁ ପୁଣି ଥରେ ଚଳାଇବା କିମ୍ବା କଂଟାବାଂଜୀ ଠାରେ ଥିବା 7 ଶହ ଏକର ଜମିରେ ରେଳ ୱାଗନ ଫ୍ୟାକ୍ଟ୍ରି ସ୍ଥାପନା କରିବାକୁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।