ନୂଆଦିଲ୍ଲୀ/ଭୁବନେଶ୍ୱର ,୩ ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀକୁ ପୁନଃ ପ୍ରତ୍ୟାବର୍ତନ କରିଛି “ଓଡ଼ିଶା ପର୍ବ-୨୦୨୩” । ଆଜିଠୁ ଆରମ୍ଭ ହୋଇଥିବା ଏହି ଓଡିଶା ପର୍ବ ୨୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍ ରେ ଚାଲିବ ।
ଏହି ଉତ୍ସବରେ ଓଡ଼ିଶାର କଳା , ସଂସ୍କୃତି , ଖାଦ୍ୟ ର ଭରପୁର ମଜା ନେବେ ପ୍ରବାସୀ ଓଡ଼ିଆ ।ଉଦ୍ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ନାଟକ “ଆହେ ନୀଳଶୈଳ” ପରିବେଷିତ ହେବା । ସେହିପରି ଦିନ ୧୧ ଟାରୁ ଓଡ଼ିଆ ଅସ୍ମିତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଯେଉଁଥିରେ ଏନଏମଏ ଅଧ୍ୟକ୍ଷ ପ୍ରଫେସର କେକେ ବାସା, ଆର୍କିଓଲୋଜିଷ୍ଟ ଡି ବି ଗଣନାୟକ, ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ସୁପରିଟେଣ୍ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ, ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ଅନିତା ସାବତ ପ୍ରମୁଖ ଯୋଗ ଦେବୋ
୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ” କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ।