
ଚଣ୍ଡୀଗଡ଼, ପାକିସ୍ତାନ ପକ୍ଷରୁ ବିଳମ୍ବିତ ରାତିରେ ପୁଣିଥରେ ଆନ୍ତର୍ଜାତିକ ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଛି । ଡେରା ବାବା ନାନକ ସ୍ଥିତ ବିଏସଏଫର ମେଟଲା ଚୌକି ଠାରେ ବିଏସଏଫ ଯବାନ ମାନେ ପାକିସ୍ତାନ ଡ୍ରୋନର ଏଭଳି ଅନୁପ୍ରବେଶ ଉଦ୍ୟମ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଯବାନ ମାନେ ୫୪ ରାଉଣ୍ଡ ଫାଇରିଂ କରିଥିଲେ ।
ଏହାପରେ ଆଜି ସକାଳେ ସେଠାରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ୫ଟି ପିସ୍ତଲ, ୧୦ଟି ମାଗାଜିନ ଜବତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ଡ୍ରୋନ ଲଗାତର ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରି ଆସୁଛି ।