
ମୁମ୍ବାଇ, ବଲିଉଡ୍ ଚଳଚ୍ଚିତ୍ର ପରିଣିତାର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ୬୮ ବର୍ଷ ବୟସରରେ ଶୁକ୍ରବାର ସକାଳେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ନିର୍ଦ୍ଦେଶକ ହଂସଲ ମେହେଟ୍ଟା ସାମାଜିକ ଗଣମାଧ୍ୟମରେ ପ୍ରଦୀପଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଫଟୋରେ ସେ କ୍ୟାପ୍ସନ ଲେଖିଛନ୍ତି ଯେ, ପ୍ରଦୀପ ସରକାର ଦାଦାଙ୍କ ପରଲୋକ ଘଟିଛି । ଅଭିନେତା ମନୋଜ ବାଜପେୟୀ ହଂସଲ ମେହେଟ୍ଟାଙ୍କ ଏହି ଟ୍ଵିଟ୍ କୁ ରିଟ୍ଵିଟ୍ କରିଛନ୍ତି ଏବଂ ପ୍ରଦୀପ ସରକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମନୋଜ ବାଜପେୟୀ ଟ୍ଵିଟ୍ କରିଛନ୍ତି ଯେ, ପ୍ରଦୀପ ଦାଦାଙ୍କ ଆତ୍ମାକୁ ଶାନ୍ତି ମିଳୁ ।