ରାୟପୁର,ସୁରଜପୁର ଏବଂ ସରଗୁଜା ଜିଲ୍ଲାରେ ଶୁକ୍ରବାର ସକାଳେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରହିଛି । ଏହାର କେନ୍ଦ୍ର ସ୍ଥଳ ସୁରଜପୁରର ଭଟଗାଓଁରୁ ୧୧ କି.ମି. ଦୂରରେ ରହିଥିଲା । ଭୂମିକମ୍ପର ଝଟକା ଅନୁଭବ କରିବା କ୍ଷଣି ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ।
ସୁରଜପୁର ଏବଂ ସରଗୁଜା ଜିଲ୍ଲାରେ ଆଜି ପୂର୍ବାହ୍ନ ୧୦ଟା ୨୮ରେ ଭୂମିକମ୍ପର ଏହି ଝଟକା ଅନୁଭୂତ ହୋଇଥିଲା । ଏହାପରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଘରର କବାଟ, ଝରକା ଏବଂ ପଙ୍ଖା ହଲିବା ଫଳରେ ଲୋକେ ଭୂମିକମ୍ପ ହେବା ଜାଣିପାରି ତୁରନ୍ତ ଘରୁ ବାହାରକୁ ଚାଲି ଆସିଥିଲେ