ଭୁବନେଶ୍ୱର, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅମିୟ କୁମାର ରଥ । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ପ୍ରଫେସର ରଥ ବର୍ତମାନ ବାଙ୍ଗାଲୋର ସ୍ଥିତ ନାକ୍ ରେ ଆଡଭାଇଜର (ଆଇସିଟି) ଅଛନ୍ତି । ତାଙ୍କ ନିକଟରେ ୩୩ ବର୍ଷର ଶିକ୍ଷକତାର ଅଭିଜ୍ଞତା ରହିଛି । ପ୍ରଫେସର ରଥ ୯ଟି ବହି ରଚନା କରିଥିବା ବେଳେ ୧୨ ଜଣ ପିଏଚଡି ଓ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ।
Related Stories
November 23, 2024