କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀରୁ ଉଦ୍ଧାର ହେଲା ଦୁର୍ଲଭ ତଥା ବିରଳ ସାପ ।ସାପଟିକୁ ପୁରୀ ସିଟି ରୋଡ଼ ଜେଡ ହୋଟେଲ ସମ୍ମୁଖ ଗଳିରୁ ଉଦ୍ଧାର କରାଯାଇଛି ।ସାପଟିର ନାମ ରେଡ଼ ସ୍ୟାଣ୍ଡ worm ।ଏହି ସାପଟି ସେଠାରେ ଚାଲିଥିବା ନିର୍ମାଣଧିନ କୋଠା ପାଖରୁ ଉଦ୍ଧାର କରାଯାଇଛି। କାମ ପାଇଁ ଟ୍ରକରେ ଆସୁଥିବା ବାଲିରେ ଏହି ସାପଟି ଚାଲି ଆସିଥିବାର ଅନୁମାନ କରାଯାଇଛି ।ସାଧରଣତଃ ଏହି ସାପ ନଦୀ ପଠା ବାଲି ,ଜଙ୍ଗଲ ବାଲି ,ପୋଖରୀ ହୁଡ଼ାରେ ଦେଖାଯାଇଥାଏ ।ସାପଟି ବାଲି ଭିତରେ ଲୁଚିକି ରହିବା ସହ ସେଇ ବାଲିକୁ ଆସୁଥିବା ଛୋଟ ବେଙ୍ଗ,ମକଡୀ ବା ମାଛି ଇତ୍ୟାଦିଙ୍କୁ ଖାଇଥାନ୍ତି।ସାପଟି ବିଷହୀନ ହୋଇଥିବା ବେଳେ ସମ୍ପୂର୍ଣ୍ଣ ବିରଳ କିସମର,ଖୁବ କମ ଦେଖିବାକୁ ମିଳିଥାଏ ।ଏହାକୁ ବିକ୍ରି କରାଯାଉଥିବା ଭଳି ଗୁଜବ ରହୁଥିଲେ ମଧ୍ୟ ସେପରି କିଛି ନୁହେଁ କାହିଁକି ନା ଏହି ସାପକୁ ନେଇ ସରକାରୀ ସ୍ତରରେ ଅନେକ କଟକଣା ଓ ପ୍ରତିବନ୍ଧକ ରହିଛି ।ସାଧରଣତଃ ଏହି ସାପ 75cm ପର୍ଯ୍ୟନ୍ତ ହୁଅନ୍ତି ଏବଂ ଅଢେଇ କିଲୋ ପର୍ଯ୍ୟନ୍ତ ଓଜନ ହୁଅନ୍ତି ।ମିଳିଥିବା ସାପଟି ପ୍ରାୟ ଅଢେଇ ଫୁଟର ହୋଇଥିବା ବେଳେ ପ୍ରାୟ 800ରୁ 900 ଗ୍ରାମ ପର୍ଯ୍ୟନ୍ତ ଓଜନର ଅଟେ। ପୁରୀ ଡିଏଫଓ ଙ୍କ ଅନୁରୋଧ କ୍ରମେ ହେଲ୍ପଲାଇନ ସାପଟିକୁ ଉଦ୍ଧାର କରି ନନ୍ଦନକାନନ ଦାୟୀତ୍ୱରେ ହସ୍ତାନ୍ତର କରିଛନ୍ତି ।
Related Stories
November 23, 2024