କୋରାଇ- କୋରାଇ ବ୍ଲକସ୍ଥିତ ବ୍ୟାସନଗର ତହସିଲ ଅନ୍ତର୍ଗତ ଛୋଟରାୟପୁର ମୌଜାର ସରକାରୀ ଜମିରେ ନିର୍ମିତ କୋଠାକୁ ୩୦ଦିନ ମଧ୍ୟରେ ଭାଙ୍ଗିବାକୁ ତହସିଦାର ନିର୍ଦେଶ ଦେଇଥିଲା ବେଳେ ଜବରଦଖଲକରୀ ଦାମସୁନ୍ଦର ପାଢିଙ୍କୁ ମଧ୍ୟ ଏନେଇ ୫ଶହ ଟଙ୍କା ମଧ୍ୟ ଜରିମନା କରିଛନ୍ତି । ପ୍ରକାଶଯେ, ଦାଳା-ଯାଜପୁରରୋ ପୂର୍ତବିଭାଗ ରାସ୍ତାର ଛୋଟରାୟପୁର ନିକଟରେ ସେହି ମୌଜାର ଖାତା ନମ୍ବର ୫୬୭, ପ୍ଲଟନମ୍ବର ୯୩୫ରେ ୪ଡିସିମିଲ ପରିମିତ(ରଖିତ) ସରକାରୀ ଜମିକୁ ସଂପୃକ୍ତ ଗ୍ରାମର ଯଦୁନାଥ ପାଢିଙ୍କ ପୁଅ ଦାମସୁନ୍ଦର ଜବରଦଖଲ କରି ବେନିୟମ ଭାବେ କୋଠା ନିର୍ମାଣ କରି ବ୍ୟବସାୟୀକ ଭିତିରେ ବ୍ୟବହାର କରିଥିଲେ । କୋଠା ପଛ ପଟେ ଥିବା ବିଲ ମାଲିକ ସେହି ଗ୍ରାମର ଗୋପାଳ କୃଷ୍ଣ ପାଢି ତାଙ୍କ ଚାଷରେ ଅସୁବିଧା ହେଉଛି ବୋଲି ତହସିଲଦାରଙ୍କ ସମେତ ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ଏଥିନିମନ୍ତେ ଦଖଲକାରୀ ଦାମସୁନ୍ଦରଙ୍କୁ ତହସିଲପକ୍ଷରୁ ଡକରାଯାଇଥିଲା । ହେଲେ ସେ ସଠିକ ମୁତାବକ କାଗଜ ଦାଖଲ କରିପାରିନଥିଲେ । ଫଳରେ ତହସିଲଦାର ବଡବିରୁଆଁ ରାଜସ୍ୱ ନିରୀକ୍ଷକଙ୍କୁ ଏହାର ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ । ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଆସି ବିଧିବଦ୍ଧ ଭାବେ ତଦନ୍ତ କରିଥିଲା ବେଳେ ସଂପୃକ୍ତ ଜମିରେ ଦାମସୁନ୍ଦର ପାଢି କୋଠା ନିର୍ମାଣ କରିବା ସହ ତାହାକୁ ବ୍ୟବସାୟିକ ଭିତିରେ ବ୍ୟବହାରକରି (ଭଡାଦେଇ) ବାର୍ଷିକ ପ୍ରାୟ ୮୫ ହଜାର ଟଙ୍କା ଆୟକରୁଥିବା ଦହସିଲଦାରଙ୍କୁ ରିପେର୍ଟ ଦେଇଥିଲେ । ତଦନୁଯାୟୀ ଦହସିଲଦାର ପକ୍ଷରୁ ୨୭ ତାରିଖ ଦିନ (୨୭-୧୧-୨୦୧୯) ୟୁଏସ-୬(୧) ଅଣ୍ଡର ରୁଲ-୯ ଅନୁଯାୟୀ ସରକାରୀ ଜମିରେ ନିର୍ମିତ କୋଠାକୁ ଆସନ୍ତା ୩୦ଦିନ ମଧ୍ୟରେ ଭାଙ୍ଗବାକୁ ନିର୍ଦେଶ ଦିଆଯାଇଥିଲା ବେଳେ ଦଖଲକାରୀ ଶ୍ରୀ ପାଢିଙ୍କୁ ଭଡା ବାବଦ ୧ଟଙ୍କା ହିସାବରେ ୫୦୦ଟଙ୍କା ଜରିମନା ଦେବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ଦଖଲକାରୀ ଶ୍ରୀ ପାଢିଙ୍କ ପଚାରିବାରୁ ସେ କହିଲେ ଏହା ହେଉଛି ମୋ ପୈତୃକ ସଂପତି(ଜେଜେ ଦର୍ଶନ ପାଢି),ବନ୍ଦୋବସ୍ତରେ ଭୁଲ କ୍ରମେ ଏହାର କିସମ ପତିତ ଅନାବାଦି ହୋଇଯାଇଛି, ସେଥିନିମନ୍ତେ ମୁଁ ସିଭିଲ କୋର୍ଟରେ କେସ ବିଚାରାଧିନ ଥିଲା ବେଳେ ଏନେଇ ତହସିଲଦାର ମହୋଦୟଙ୍କୁ ଜଣାଇଥିଲେ । ସେ ମୋକଥାକୁ ଗ୍ରହଣ ନକରି ଅନ୍ୟାୟଭାବେ ନିର୍ଦେଶ ନାମାଦେଇଛନ୍ତି; ସେଥିପାଇଁ ମୁଁ ଆଜି ଉପଜିଲାପାଳଙ୍କ ନିକଟରେ ଏହାର ପୁନଃଭାବେ ବିଚାରକରିବା ପାଇଁ ନିବେଦନ କରିଛି ବୋଲି କହିଥିଲେ ।
Related Stories
December 28, 2024