
ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ଯୁବକଙ୍କୁ ଜଙ୍ଗଲ ଭିତରେ ପିଟିପିଟି ମାରିବା ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଥିଲା । ଏପରିକି ଉତ୍ୟକ୍ତ ଲୋକେ ଗାଁ ଭିତରେ ଗାଡି ପୋଡାଜଳା କରିବା ସହିତ ଗତକାଲି ରାତିରେ ବେଗୁନିଆ ଥାନା ସାମ୍ନାରେ ମୃତଦେହ ରଖି ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଗ୍ରାମବାସୀ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଲୋକଙ୍କୁ ଗିରଫ ଦାବିରେ ଅଡ଼ି ବସିଥିଲେ ମୃତ ପ୍ରଦୀପଙ୍କ ସମ୍ପର୍କୀୟ । ଖବର ପାଇ ଘଟଣାସ୍ଥଳରେ ଉପଜିଲ୍ଲାପାଳ,ଏସଡିପିଓ,ବିଡ଼ିଓ, ତହସିଲଦାର ଓ ବିଭିନ୍ନ ଥାନାର ଥାନା ଅଧିକାରୀ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇ ନିରାଶ ହୋଇଥିଲେ । ପରେ ପ୍ରଶାସନ ପକ୍ଷରୁ ୧୫ ଦିନ ଭିତରେ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା ।