
-
ଦଣ୍ଡ ୩୦ ଦିନ ପାଇଁ ସସପେଣ୍ଡ, ୧୦ ହଜାର ଟଙ୍କାର ବଣ୍ଡରେ ମୁକୁଳିଲେ ରାହୁଲ
ସୁରତ, ଗୁଜରାତର ସୁରତ ଡିଷ୍ଟ୍ରିକ୍ଟ କୋର୍ଟ କଂଗ୍ରେସ ସାସଦ ରାହୁଲ ଗାନ୍ଧୀଙ୍କୁ ମୋଦୀ ଉପନାମ ବିଶିଷ୍ଟ ବକ୍ତବ୍ୟକୁ ନେଇ ତାଙ୍କ ବିରୁଦ୍ଧରେ ଦାୟର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଦଣ୍ଡାଦେଶକୁ ୩୦ ଦିନ ଯାଏ ସସପେଣ୍ଡ କରା ଯିବା ସହ ତାଙ୍କୁ ଅପିଲ କରିବାର ସୁଯୋଗ ଦିଆ ଯାଇଛି । ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡରେ ଜାମିନ ଦିଆ ଯାଇଛି ।
ଉଲ୍ଲେଖନୀୟ ଯେ ରାହୁଲ ଗାନ୍ଧୀ ଗତ ୨୦୨୯ ମସିହା ଏପ୍ରିଲ ମାସ ୩୦ ତାରିଖ ଦିନ ବେଙ୍ଗାଲୁରୁ ନିକଟରେ କୋଲାର ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମୋଦୀ ସରନେମକୁ ନେଇ ବିବାଦୀୟ ବକ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ସମସ୍ତ ଚୋରଙ୍କର ମୋଦୀ ସରନେମ କାହିଁକି ରହିଥାଏ । ଏହା ବିରୁଦ୍ଧରେ ସୁରତ ପଶ୍ଚିମର ବିଧାୟକ ପୂର୍ଣେଶ ମୋଦୀ ରାହୁଲଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା କରିଥିଲେ । ଏହି ମାମଲାର ଶୁଣାଣୀ କରି କୋର୍ଟ ଆଇପିସିର ଧାରା ୪୯୦ ଓ ୫୦୦ ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।