
ବୌଦ୍ଧ, ସଦର ଥାନା ମୁରୁଷୁଣ୍ଢି ଗ୍ରାମ ନିକଟରେ ମିନିଟ୍ରକକୁ ପଛରୁ ପିଟିଲା ଟାଟା ଏସି ଗାଡି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଦୁଇ ଚାଳକ । ବୌଦ୍ଧ ଆଦର୍ଶଥାନା ଅନ୍ତର୍ଗତ ମୁରୁଷୁଣ୍ଢି ଗ୍ରାମ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା ।
ପ୍ରକାଶ ଯେ, ଖରାପ ହୋଇଥିବା ଟାଟା ଏସି ଗାଡିକୁ ଅନ୍ୟ ଏକ ମିନିଟ୍ରକ ଟାଣି ଟାଣି ନେଉଥିଲା । ମୁରୁଷୁଣ୍ଢି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଟାଟା ଏସି ଗାଡିଟି ଆଗରେ ଥିବା ମିନିଟ୍ରକକୁ ପଛରୁ ଧକ୍କା ଦେଇଥିଲା । ସୌଭାଗ୍ୟ କ୍ରମେ ଦୁଇ ଗାଡିର ଚାଳକ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । ଅନ୍ୟପକ୍ଷରେ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡି ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପଡିରହିବା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।