-
ଗୃହ ବିଭାଗ ଦ୍ୱାରା ରାଜ୍ୟରେ ଜାରୀ ଶ୍ୱେତ ପତ୍ର କଣ ଭୂଲ ବୋଲି କଲେ ପ୍ରଶ୍ନ
-
ଜୟ ନାରାୟଣଙ୍କ କହୁଥିଲା ବେଳେ ବିଜେଡି ବିଧାୟକ ମାନେ କଲେ ନାରାବାଜୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ କାଲି ଗୃହ ବାହାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ଥିବା ଓ ପୁଂଜି ନିବେଶ ହେଉଥିବା ସମ୍ପର୍କିତ ବକ୍ତବ୍ୟକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ତାଙ୍କୁ କାଠଗଡାରେ ଠିଆ କରାଇଥିଲେ । ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଥିଲେ ଯେ ତେବେ କଣ ରାଜ୍ୟ ସରକାରଙ୍କ ଶେତ୍ୱ ପତ୍ର ଭୁଲ କି । ଶେତ୍ୱ ପତ୍ର ରେ ଯାହା ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି ତାହା କଣ ଆଇନଶୃଙ୍ଖଳା ପରିସ୍ଥିତି କୁ ଦର୍ଶାଉ ନାହିଁ କି । ପୋଲିସ କୁ ରାଜନୈତିକ କ୍ଷେତ୍ରରେ ବ୍ୟବହାର କରୁଛି କିଏ ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ଜୟ ନାରାୟଣ ଏହି ପ୍ରସଙ୍ଗରେ କହୁଥିବା ବେଳେ ସରକାରୀ ଦଳର ବିଧାୟକ ମାନେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।
ଶ୍ରୀ ମିଶ୍ର କହିଥିଲେ ସେ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ । ଗତକାଲି ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରେ ଥିବା ତଥ୍ୟନୁସାରେ 2021 ତୁଳନାରେ 2022ରେ ଧର୍ତ୍ତବ୍ୟ ଅପରାଧ ହାର 14.65 % ବୃଦ୍ଧି ପାଇଛି । କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟନୁସାରେ 2022ରେ ରାଜ୍ୟରେ 1379 ହତ୍ୟା ଏବଂ 3184 ଦୁଷ୍କର୍ମ କେସ୍ ରୁଜୁ ହୋଇଛି । ଓଡ଼ିଶାର 19% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ 31% ଶିଶୁ ପୁଷ୍ଟିହୀନର ଶୀକାର । 18% ଉଚ୍ଚତା କମ୍ ଓ 60 %ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ 2016 ଓ 2018ରେ ଆସିଥିବା ମୋଟ 286ଟି ପ୍ରସ୍ତାବରୁ ମାତ୍ର 107ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା 37 ପ୍ରତିଶତ । 2019-2022 ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା 13 ଲକ୍ଷ 42 ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର 0.08 ପ୍ରତିଶତ । ତେଣୁ ଏ ସମ୍ପର୍କରେ ତଥ୍ୟ ବିଧାନସଭାରେ ସରକାର ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।