-
କହିଲେ ବିରୋଧୀ ନୁହେଁ ଜାଂଚ ଏଜେନ୍ସି କ୍ରାଇମ ବ୍ରାଂଚ ହିଁ ଗୋପାଳକୁ ପାଗଳ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ବିରୋଧୀ ଦଳ ମାନଙ୍କ ଉପରେ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ପାଗଳ ବୋଲି ଦର୍ଶାଉଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗତକାଲି କହିଲେ ଗୋପାଳ କୁ ବିରୋଧୀ ପାଗଳ ଦର୍ଶାଉଛନ୍ତି । 20 ଫେବୃଆରୀ ରେ କ୍ରାଇମବ୍ରାଞ୍ଚ ଯେଉଁ ପ୍ରେସ ରିଲିଜ ଦେଇଥିଲା ସେଥିରେ ଦର୍ଶାଇଛନ୍ତି ଯେ ଗୋପାଳ ର ମାନସିକ ରୋଗ ର ପ୍ରଲଙ୍ଗ୍ଜ ହିଷ୍ଟ୍ରି ରହିଛି । ବିରୋଧୀ ଦଳ ମାନେ ଗୋପାଳକୁ ପାଗଳ ବୋଲି କହି ନାହାନ୍ତି । ଏହି ମାମଲାର ଜାଂଚ କରୁଥିବା କ୍ରାଇମ ବ୍ରାଂଚ ତାର ପ୍ରେସ ରିଲିଜରେ ଏହାକୁ ଉଲ୍ଲେଖ କରିଛି । ଏହା ବାଦ ତାଙ୍କ ସ୍ତ୍ରୀ କହିଲେ ସେ ପାଗଳ ଡାକ୍ତର କହିଲେ ପାଗଳ ଏବଂ ଏପରିକି କ୍ରାଇମବ୍ରାଞ୍ଚ ବି ପାଗଳ କହିଲା । ତେବେ ମୁଖ୍ୟମନ୍ତ୍ରୀ କାହିଁକି ଷ୍ଟେଟମେଣ୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଙ୍କ ଏପରି ବିବୃତି ତଦନ୍ତ କୁ ବାଟବଣା କରିବ ବୋଲି ସେ କହିଛନ୍ତି ।