ଭୁବନେଶ୍ୱର,ରାଜ୍ୟରେ ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି । ସ୍କୁଲ ଗୁଡିକୁ ରଙ୍ଗରେ ରଙ୍ଗ କରି ଦେଲେ କିଛି ହେବ ନାହିଁ ବରଂ ଶିକ୍ଷକ ନିଯୁକ୍ତି କରି ଶିକ୍ଷାଦାନର ମାନକୁ ଭଲ କରିବା ଆବଶ୍ୟକ ବୋଲି ବିଧାୟକ ମାନେ କହିଛନ୍ତି ।
ଗୃହରେ ସ୍କୁଲ ରୁପାନ୍ତରିକରଣ କୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଛି ରାଜ୍ୟ ରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ବିରୋଧୀ ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୁପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଛନ୍ତି 5ଟି ସ୍କୁଲ ଗୁଡିକୁ ରଙ୍ଗ ରେ ରଙ୍ଗେଇ ଦେଉଛନ୍ତି । ହେଲେ ସ୍କୁଲରେ ଶିକ୍ଷକ ନାହାନ୍ତି । ଯାହା ଲଜ୍ଡାଜନକ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ଥିବା ପୃଥ୍ବୀରାଜ ହାଇସ୍କୁଲର ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲ ରେ 23ଟି ପଦବୀ ଥିବା ବେଳେ 9 ଜଣ ଶିକ୍ଷକ ନାହାନ୍ତି। କେମିତି ରୁପାନ୍ତରିକରଣ କରୁଛନ୍ତି ସରକାର । ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ତାଙ୍କ ବିଧାନସଭା ଅଂଚଳରେ ସ୍କୁଲରେ କିପରି ଶିକ୍ଷକ ନାହାନ୍ତି ତାହାର ଉଲ୍ଲେଖ କରିବା ସହ କେବେ ସୁଦ୍ଘା ଶିକ୍ଷକ ପଦବୀ ପୂରଣ ହେବ ବୋଲି ପ୍ରଶ୍ନ କରିଥିଲେ ।
ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲ ରେ ଶିକ୍ଷକ ଅଭାବ ରହିଛି ।
ସେପଟେ ଫାଇବ ସ୍କୁଲ ଗୁଡିକ ପେମେଣ୍ଟ ହୋଇ ପାରୁନାହି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ଏପ୍ରସଙ୍ଗ ଉଠାଇଥିଲେ । ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସ୍କୁଲ ରେ ଶିକ୍ଷକ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ପେମେଣ୍ଟ ପ୍ରସଙ୍ଗ ରେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଥିଲେ ।