କନ୍ଧମାଳ- ମାଓବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏଲଜିଏ ସପ୍ତାହ ଶେଷ ହୋଇଛି । ସ୍ୱାଭାବିକ୍ ହୋଇଛି ମାଓପ୍ରବଣ ଅଂଚଳକୁ ବନ୍ଦ ଥିବା ସରକାରୀ ବସ୍ ସେବା । କନ୍ଧମାଳ ଜୋନ୍ ରେ ବନ୍ଦ ଥିବା ପ୍ରାୟ ୧୦/୧୨ ଟି ରୁଟରେ ବସ୍ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ଗତ ସପ୍ତାହରୁ ସରକାରୀ ବସ୍ ଚଳାଚଳ ବନ୍ଦ ଥିଲା । ତେବେ, ଏହି ପିଏଲଜିଏ ସପ୍ତାହରେ ମାଓବାଦୀ ମାନେ କୋ÷ଣସି ଠାରେ ମଧ୍ୟ ଅଘଟଣ ଘଟାଇ ନାହାଁନ୍ତି । ପୋଲିସ ପକ୍ଷରୁ ମାଓଇଲାକା ଗୁଡିକରେ କମ୍ବିଂ ଅପରେସନକୁ ଯୋରଦାର କରାଯିବା ସହ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା ।
Related Stories
October 25, 2024