ବଲାଙ୍ଗିର ,ବଲାଙ୍ଗୀର, ଆଜି କଦମପଡାସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ” ହିନ୍ଦୁ ନବବର୍ଷ-ବର୍ଷ ପ୍ରତିପଦା” ଉତ୍ସବ ପାଳନ କରାଯାଇଛି । ଏଥିରେ ବଲାଙ୍ଗୀର ନଗରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରା.ସ୍ବ.ସଂ.ର ନଗର ଶାରୀରିକ ପ୍ରମୁଖ ସୌମ୍ୟରଂଜନ ମିଶ୍ର ଦୀପପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁବ୍ରତ ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ସ୍ବାଗତ ସଙ୍ଗୀତ ପରିବେଷଣ ଛାତ୍ରୀ ରାଜନନ୍ଦିନୀ ବେହେରା,ରେଶ୍ମା ମେହେର,ସ୍ନେହାଞ୍ଜଳୀ ପଣ୍ଡା,ଅରୋସ୍ମିତା ଦେବୀ ମହାପାତ୍ର,ସାକ୍ଷୀପ୍ରଜ୍ଞା ନାଏକ,ପ୍ରତିଭା ସାହୁ,ପ୍ରିୟଙ୍କା ସାହୁ ଓ ଭାଗ୍ୟଶ୍ରୀ ମହାପାତ୍ର ଗାନ କରିଥିଲେ । ଏହାପରେ ଗୁରୁମା ରଶ୍ମିପ୍ରଭା ନାୟକଙ୍କ ନେତୃତ୍ବରେ ସମସ୍ତେ ସାମୁହିକ ଭାବେ ଭାରତମାତାଙ୍କୁ ଆଳତି ପ୍ରଦାନ କରିଥିଲେ । ମୁଖ୍ୟଅତିଥି ନିଜର ବକ୍ତବ୍ୟ ଦେଇ କହିଥିଲେ ଯେ, ନିଜକୁ ହିନ୍ଦୁତ୍ବନିଷ୍ଠ ବ୍ୟକ୍ତି ରୂପେ ଗଢି ତୋଳିବା ସହ ହିନ୍ଦୁ ନବବର୍ଷକୁ ଆଡମ୍ବର ସହ ପାଳନ କରିବା । ଶିଶୁବକ୍ତା ରୂପେ ଦେବାଶିଷ ମିଶ୍ର,ହର୍ଷିତା ସିଂ,ପ୍ରିୟଙ୍କା ମହାପାତ୍ର, ସ୍ମୃତିଶାରଳା ପଣ୍ଡା ନିଜ ନିଜ ବକ୍ତବ୍ୟମାନ ରଖିଥିଲେ । ତାପରେ ଗୁରୁଜୀ ସୁଶୀଳ ହୋତା ଆଜି ଦିନଟିର ମହତ୍ତ୍ବ ପ୍ରତିପାଦନ କରିଥିଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁରୁଜୀ ରାମକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ମଂଚାସୀନ ଅତିଥିଙ୍କ ମଧ୍ୟରେ ବିଦ୍ୟାଳୟର କୋଷାଧ୍ୟକ୍ଷ ସତ୍ୟାନନ୍ଦ ଷଡଙ୍ଗୀ,ସଦସ୍ୟ ସନାତନ ଠାକୁର ,ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଉପସ୍ଥିତ ଥିଲେ । ଶେଷରେ ବନ୍ଦେମାତରଂ ଗାନ ପରେ ସମସ୍ତ ଛାତ୍ରଛାତ୍ରୀ “କ୍ଷୀରି” ପ୍ରସାଦ ସେବନ କରିଥିଲେ । ଏହିପରି ସମସ୍ତ ଗୁରୁଜୀ/ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ସହ ସମାପ୍ତ ହୋଇଥିଲା ।
Related Stories
November 23, 2024