
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ରାଷ୍ଟ୍ର ସେବା ଟ୍ରଷ୍ଟ ତରଫରୁ ପୁରୀ ୟୁଥ ହଷ୍ଟେଲ ପରିସରରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି | ପଖାଳ ଖାଇ ବିଶ୍ୱ ପଖାଳ ଦିବସ ପାଳନ କଲେ ବିଜେପି ମୁଖପାତ୍ର ଡ଼ା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ଦିର ବରିଷ୍ଠ ସେବକ ମଧୁସୂଦନ ସିଂହାରୀ, ଅଧ୍ୟାପିକା ସସ୍ମିତା ନାୟକ, ସମାଜସେବୀ ଜୟଶଙ୍କର ଯୋଶୀ,ବିଜେପି ନେତ୍ରୀ ତଥା ଟ୍ରଷ୍ଟ ସଭାପତି ରଞ୍ଜିତା ପାଢ଼ୀ,କୋଷାଧକ୍ଷ ରାଜେଶ ଦେବତା ଏବଂ ପୁରୀର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ |