ଭୁବନେଶ୍ୱର,ଚୈତ୍ର ଅମାବାସ୍ୟା ତିଥିରେ ଗଙ୍ଗାଧର ମେହେର ଜୟନ୍ତୀ କମିଟି ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ମିଳିତ ଭାବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୯୯ ତମ ମହା ବିଶ୍ରାମ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଜୟନ୍ତୀ କମିଟିର ଉପଦେଷ୍ଟା ନରେନ୍ଦ୍ର କୁମାର ମିଶ୍ର ଓ ଅଧ୍ୟକ୍ଷ ସଂଜୀବ କୁମାର ହୋତାଙ୍କ ସହିତ ପାଟଣାଗଡର ବିଧାୟକ ସରୋଜ ମେହେର ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଗଙ୍ଗାଧର ମେହେର ମାର୍ଗ (କଳିଙ୍ଗ ଡାକ୍ତରଖାନା ଛକ) ରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଗଙ୍ଗାଧର ମେହେର ଜୟନ୍ତୀ କମିଟିର ଯୁଗ୍ମ-ସମ୍ପାଦକ ତଥା ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବରପୁତ୍ରଙ୍କ ଦାୟଦ ତଥା ଜୟନ୍ତୀ କମିଟିର ଆବାହକ ମିହିର ମେହେର, ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଅନନ୍ତ ଜେନା, ଉପ-ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର, ପଶ୍ଚିମ ଓଡିଶା ଅଗ୍ରଣୀ ସଙ୍ଗଠନର ସଭାପତି ଉଦିତ ଦେହେରୀ, ସମ୍ମିଳନୀର ଶାଖା ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, କମିଟିର ସାଙ୍ଗଠନିକ-ସମ୍ପାଦକ ମଣିକର ମେହେର ଓ ଅଧିବକ୍ତା ମଧୁମାଧବ ଜେନା ଯୋଗ ଦେଇ ବରପୁତ୍ରଙ୍କ ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର କୋଷାଧକ୍ଷା ଗୀତା ମେହେର, ଯୁଗ୍ମ-ସମ୍ପାଦକ ଅକ୍ଷୟ କୁମାର ଜେଠୀ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।.