ଭୁବନେଶ୍ୱର,ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଅଣ ସଂଗଠିତ କର୍ମଚାରୀ କେତେ ଅଛନ୍ତି, ସେମାନଙ୍କର ପଞ୍ଜିକରଣ କିପରି କରାଯିବ, କିପରି ସେମାନଙ୍କୁ “ଅଣ ସଂଗଠିତ କର୍ମଚାରୀ ସାମାଜିକ ସୁରକ୍ଷା ଆକ୍ଟରେ” ସାମିଲ କରାଯାଇ ପାରିବ, ସଚେତନତା କାର୍ଯ୍ୟକ୍ରମ କିପରି କରାଯିବ ସେ ନେଇ ଏକ ବ୍ଲୁ ପ୍ରିଂଟ ତିଆରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ଏ ନେଇ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଆସନ୍ତା ଜୁଲାଇ ୬ ରେ ମାମଲାର ପରବର୍ତୀ ଶୁଣାଣି ହେବ । ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାର ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଆଇନଜୀବୀ ମୃଣାଳିନୀ ପାଢୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।