ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଡ଼ଙ୍ଗାପଖନ ଗ୍ରାମର ବୃଦ୍ଧା ପାନପତରି ଯାଦବ ଓ ରାଏମତୀ ଛତ୍ର ସରକାରୀ ଭତା ନ ପାଇ ଦୁର୍ଦଶାରେ ଜୀବନ ବିତାଉଛନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ବ୍ଲକ ସ୍ଥିତ ଗରୁଜୁଙ୍ଗ ପଞ୍ଚାୟତ ଅଧୀନରେ ଥିବା ଡଙ୍ଗାପାଖନ ଗ୍ରାମରେ। ଗ୍ରାମର ପାନପତ୍ର ଯାଦବ ଜଣେ ବୃଦ୍ଧା ଓ ବିଧବା ମହିଳା ଅଟନ୍ତି। ଯାହାର ଏକ ମାତ୍ର ପୁଅ ଦାଦନ ଶ୍ରମିକ ବିଦେଶରେ ରହିଛନ୍ତି, ହେଲେ ପୁଅ ପରିବାର ପ୍ରତିପୋଷଣ ପାଇଁ ବାହାରେ ଦାଦନ ଶ୍ରମିକ ଭାବେ ଦୀର୍ଘ ଦିନ ଧରି ରହିଛନ୍ତି, ଉକ୍ତ ବୃଦ୍ଧା ମଧ୍ୟ ରହୁଥିଲେ। କିନ୍ତୁ କୌଣସି କାରଣବସତଃ ବୃଦ୍ଧା ନିଜ ଭିଟାମାଟିକୁ ପଳାଇ ଆସିଲେ। ଏପର୍ଯ୍ୟନ୍ତ ତାଙ୍କର ଭତା ମିଳିନାହିଁ। ସ୍ଥାନୀୟ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ଗାଁରେ ତାର କିଏ ସାହାରା ନାହିଁ ତେଣୁ ପ୍ରଶାସନ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସରକାରୀ ସହାୟତା, ଭତା ଯୋଗାଇ ଦେଉ।
ସେହିଭଳି ଆଉ ଜଣେ ବୃଦ୍ଧା ବିଧବା ମହିଳା ହେଉଛି ରାଏମତୀ ଛତର, ତାଙ୍କର ବୟସ ପ୍ରାୟ ୭୫ ହେବ, ସେହି ବୃଦ୍ଧାଙ୍କୁ ମଧ୍ୟ ଏଯାଏଁ ଭତା ମିଳି ନାହିଁ। ସେ ବି ତିନି ବର୍ଷ ପୂର୍ବରୁ ବାହାରେ ତାଙ୍କର ଝିଅ ଘରେ ଥିଲେ, ଏବେ ଡ଼ଙ୍ଗାପଖନ ଗ୍ରାମରେ ସେ ବି ଗାଁକୁ ଆସି ଦୁଇ ବର୍ଷ ହେବ ରହୁଛନ୍ତି। ତାଙ୍କର ଭତା ମଧ୍ୟ ପ୍ରୋସେସରେ ରହିଛି ବୋଲି ସରପଞ୍ଚଙ୍କ ପୁଅ କ୍ଷୀରୋଦ କୁମାର ସାହୁ ଫୋନ ଯୋଗେ ପ୍ରକାଶ କରିଥିଲେ, ତେଣୁ ତୁରନ୍ତ ପାନ ପତ୍ରି ଯାଦବ ଓ ରାଏ ମତିଙ୍କୁ ଭତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଗୌତମ ଛତ୍ର, ହରି ଛତ୍ର, ଗଣପତି ବାଗ ଓ ଗୌରୀ ବାଗ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପିଇଓ ଅଭିମନ୍ୟୁ ନାୟକଙ୍କୁ ବି ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ବ୍ଲକରେ ଅଛି ଆସନ୍ତାକାଲି ତଦନ୍ତ କରି ତାଙ୍କର ଦୁଇ ଜଣଙ୍କ ଭତାର ସୁବ୍ୟବସ୍ଥା କରିବି। ତେବେ ଦେଖିବାର କଥା ଯେ ସରକାରୀ ସହାୟତା ଯୋଜନା କେବେ ପହଂଚିବ ଓ ଦୁଇ ବୃଦ୍ଧ ମହିଳାଙ୍କ ଦୁର୍ଦଶା ଦୂର ହେବ।