ବୌଦ୍ଧ, ୫୭ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀ ବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତି କରାଯାଇଛି । ତନ୍ମଧ୍ୟରୁ ୫ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସାହିଲ ନାମକ ଯାତ୍ରୀବାହୀ ବସ୍ ବଡମ୍ବାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ସୂଚନାମୁତାବକ, ସାହିଲ ନାମକ ବସ୍ ଚାରିଛକରେ ଅଟକି ରହିଥିଲା । ଠିକ୍ ସେତିକି ବେଳେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରକ୍ ବସ୍ ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍ ଟି ରାସ୍ତା ୩ ଫୁଟ ତଳକୁ ଖସି ପଡ଼ିଥିଲା । ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ଯାତ୍ରୀ ମାନଙ୍କ ମଧ୍ୟରୁ ୧୫ ଜଣ ଆହତଙ୍କୁ ପ୍ରଥମେ ପୁରୁଣାକଟକ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ୫ ଗୁରୁତରଙ୍କୁ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।