ଭୁବନେଶ୍ଵର, ପଶ୍ଚିମା ଝଡ଼ ପ୍ରଭାବରେ ଗତ ୨୪ ଘଂଟାରେ ରାଜ୍ୟର ସୋନପୁର ଜିଲ୍ଲା ଉଲୁଣ୍ଡାରେ ସର୍ବାଧିକ ୩୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୋନପୁର ଜିଲ୍ଲାର ବିନିକାରେ ୩୧.୨, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୨୯.୦, ନୟାଗଡ଼ ଜିଲ୍ଲାର ରଣପୁରରେ ୨୫.୪, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୨୨.୦, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୨୨.୦, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୨୧.୪, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୨୧.୦, ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୨୧.୦, ପୁରୀରେ ୨୦.୦, କନ୍ଧକାଳ ଜିଲ୍ଲାର ଖଜୁରିପଡ଼ାରେ ୨୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଭୁବନେଶ୍ଵରରେ ୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024