ପୁରୀ,ଆଜି ବିଶ୍ଵ ପଖାଳ ଦିବସ ଅବସରରେ ନିଜର ଉଚ୍ଚକୋଟୀର ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସଜ ପଖାଳ ଓ ଦହି ପଖାଳ ଉପରେ ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା ପ୍ରସ୍ତୁତ କରିଥିବା ଟ୍ଵିଟ୍ ମାଧ୍ୟମରେ ଜଣାଇଛନ୍ତି । ଏଥିସହ ସେ ଏହାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଦୁଇଟି କଦଳୀ ପତ୍ରରେ ସଜ ପଖାଳ ଓ ଦହି ପଖାଳ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ରହିଥିବା ଦେଖିବାକୁ ମିଳିଛି ।
ଏହି ଟ୍ଵିଟ୍ ରେ ସେ ଲେଖିଛନ୍ତି ଯେ, ଖାଂଟି ଓଡ଼ିଆ ବ୍ୟଞ୍ଜନ ପଖାଳ ଆମର ମଧୁର ପରିଚୟ ହୋଇସାରିଛି ।