
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମାନବ ଅଧିକାର ଦିବସ ପାଳନ ହୋଇଯାଇଛି । ମାନ୍ୟବର ଜିଲ୍ଲା ଓ ଦୈାରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜ୍ଞାନରଂଜନ ପଟ୍ଟନାୟକ, ରେଜିଷ୍ଟାର ବିଶ୍ୱରଂଜନ ବେହେରା, ଆଇନ୍ସେବା ପ୍ରାଧିକରଣ ସଚୀବ ମଳୟ କୁମାର ପ୍ରଧାନ, ଜେଏମ୍ଏଫ୍ସି ପାରଶ ପାଢି, ସରିତା ପଣ୍ଡା ପ୍ରମୁଖ ଯୋଗଦେଇ ଉପସ୍ଥିତ ହୋଇ ଏହି ସଭାରେ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ମାନବ ଅଧିକାର ସଂପର୍କରେ ବୁଝାଇଥିଲେ । ମାନବ ଅଧିକାର କିପରି ବଜାୟ ରଖାଯାଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ଏହାଛଡା ପ୍ରତ୍ୟେକ ନାଗରିକ ହିସାବରେ ଥିବା ମୈାଳିକ କର୍ତବ୍ୟ ବାବଦରେ ଅବଗତ କରାଇଥିଲେ । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ମଳୟ କୁମାର ପ୍ରଧାନ ସଭା ପରିଚାଳନା କରି ସୋସିଆଲ୍ ମିଡିଆର ବ୍ୟବହାର ଓ ସତର୍କତା ସଂପର୍କରେ ଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।