-
୨୦୩୦ ସୁଦ୍ଧା ୧୦ହଜାରରୁ ଊର୍ଦ୍ଧ୍ୱ ମେଗାୱାଟ୍ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବା ଲକ୍ଷ୍ୟ
ଭୁବନେଶ୍ୱର,ଲୋ-ଭୋଲଟେଜ୍ ଅଂଚଳମାନଙ୍କରେ ଭୋଲଟେଜ୍ ରେ ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ ରୁ ଅଧିକ ୩୩/୧୧ କେଭି ସବ୍-ଷ୍ଟେସନ୍ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ, ରେଡିଆଲ୍ ଟୁ ରିଙ୍ଗ୍ କନଭର୍ସନ୍ ପ୍ରୋଜେକ୍ଟ , ରାଜ୍ୟ ରାଜଧାନୀ ଅଂଚଳରେ ଶକ୍ତି ଭିତିଭୂମି ଉନ୍ନତିକରଣ ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥିପାଇଁ ବଜେଟ୍ ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୩୦ ମସିହା ସୁଦ୍ଧା ଆମେ ୧୦,୦୦୦ରୁ ଊର୍ଦ୍ଧ୍ୱ ମେଗାୱାଟ୍ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି ।
ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ/ ପ୍ରମୁଖ ଭାଗ ଗୁଡିକ ମଧ୍ୟରେ ଓଡିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ୮୩୨.୫ କୋଟି ଟଙ୍କା, ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତିକରଣ ଯୋଜନା ପାଇଁ ୩୬୪.୯୮ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ପାଇଁ ୧୦୦ କୋଟି ଟଙ୍କା, ସବୁଜ ଶକ୍ତି ପରିବହନ କରିଡର ପାଇଁ ୫୦ କୋଟି ଟଙ୍କା (ନୂତନ ଯୋଜନା)ର ବ୍ୟୟବରାଦ କରାଯାଇଛି ।
ସିଏମଇସିପି ଅଧୀନରେ, ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ (ନୂତନ ସ୍କିମ୍) ପାଇଁ ୨୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି, ଯାହାକି ଘରମାନଙ୍କରେ ଏନେର୍ଜି ଏଫିସିଏଂଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ, ପ୍ରାୟ ୧,୦୦୦ ଗୋଟି ବିଦ୍ୟାଳୟରେ ଗଠିତ ‘ଶକ୍ତି କ୍ଲବ’ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ସମସ୍ତ ହାଇସ୍କୁଲଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି ।
ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଥିଲେ ଯେ ବର୍ତମାନ କାର୍ଯ୍ୟକାରୀ ଯୋଜନା ଏବଂ ପ୍ରସ୍ତାବିତ ନୂତନ ଯୋଜନାଗୁଡିକୁ ଏକତ୍ର କରି, ବଜେଟରେ ଦୁଇଟି ସାମଗ୍ରିକ ଯୋଜନାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ ବାବଦରେ ୧,୪୪୬.୫୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ୨୭୨.୬୦ କୋଟି ଟଙ୍କା ଆବଂଟନ କରାଯାଇଛି ।
ବିଦ୍ୟୁତ ସେବାରୁ ବଂଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ରେ ‘ସୌଭାଗ୍ୟ’ ଯୋଜନାର ପରିସମାପ୍ତି ହେବା ପରେ, ଅବଶିଷ୍ଟ ଜନବସତି/ ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ ଉଔଗଈକ୍ସଗମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ, ଏଲିଫ୍ୟାଂଟ କରିଡ଼ର ଯୋଜନାରେ ଆଗାମୀ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ବଜେଟ୍ ରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬, ୫୦୦ କୋଟି ଟଙ୍କା ରହିଛି । ତେଣୁ, ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିଅମ ଅବଧିରେ ଋଣ ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ, ଆର୍ôଥକ ବର୍ଷ ୨୦୨୨-୨୩ ରେ ଗ୍ରୀଡକୋ କୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆର୍ôଥକ ବର୍ଷ ୨୦୨୩-୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି । ଓପିଜିସି କୁ ୧୩୮ କୋଟି ଟଙ୍କା ଓ ଓପିଟିସିଏଲକୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି ।
ଏବର୍ଷ ଶକ୍ତି ବିଭାଗ ମୋଟ ୩,୦୦୨.୫୩ କୋଟି ଟଙ୍କାର ବଜେଟ୍ ଆକଳନ କରିଅଛି । ଏଥିରେ, ଯୋଜନା/ ପରିକଳ୍ପନା/ କାର୍ଯ୍ୟକ୍ରମ ରୂପାୟନ ତଥା କାର୍ଯ୍ୟାନ୍ୱୟନ ପାଇଁ ୨,୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ତ ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ଖୁଚୁରା ବିଦ୍ୟୁତ ଶୁଷ୍ଠକୁ କମ୍ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ, ଯାହାଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ ପରିଚାଳନା କରିଥିଲେ ।