ବଲାଙ୍ଗିର, ଗତକାଲି ବଲାଙ୍ଗିର ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ସହିତ ରାତିରେ ବର୍ଷା ଲାଗି ରହିଥିଲା। ଆଜି ଦିନ ପ୍ରାୟ ତିନିଟା ବେଳେ ପବନ ଓ ବର୍ଷା ସହିତ କୁଆପଥର ବୃଷ୍ଟି ପ୍ରାୟ କୋଡିଏ ମିନିଟ୍ ଧରି ହୋଇଥିଲା। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ତିନିଦିନ ଧରି ପାଗରେ ପରିବର୍ତ୍ତନ ହୋଇ ଥଣ୍ଡା ଅନୁଭୂତ ହେଉଛି। ଯାହାଦ୍ଵାରା ଏହା ପୂର୍ବରୁ ହେଉଥିବା ଗରମରୁ ନିସ୍ତାର ମିଳିଛି। ସାଧାରଣ କ୍ଷୟକ୍ଷତିର ବିବରଣୀ ମିଳି ପାରିନାହିଁ।