ଭୁବନେଶ୍ୱର, ନୂଆପଡ଼ା ଜିଲ୍ଲାର ନୂଆପଡା ତହସିଲରେ ଜମି ପରମିସନ ପାଇଁ ପେଟ୍ରୋଲ ଢାଳି ଆତ୍ମଦାହ ଘଟଣାରେ ମୃତକ ଜଗଦୀଶ ଚୌହାନ ଙ୍କ ଗାଁ କଲ୍ୟାଣ ପୁର ରେ ରାଜ୍ୟ ବିଜେପି ର ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରତିନିଧି ଦଳ ପହଂଚିଛି । ପୂର୍ବତନ ସାଂସଦ ବିଭୁ ତରାଇ ସହ ବିଜେପି ର ଅନୁସୂଚିତ ଜାତି ମୋର୍ଚ୍ଚା ସଦସ୍ୟ ମାନେ ତାଙ୍କର ଘରଂ ପହଂଚି ଜଗଦୀଶ ଚୌହାନ ପରିବାର କୁ ସାନ୍ତ୍ୱନା ଦେଇଛନ୍ତି ।
ଏହି ଅବସର ଶ୍ରୀ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ତହସିଲ ରେ ଏଭଳି ଲୋକଙ୍କୁ ଅଧିକାରୀ ମାନେ ହଇରାଣ ହରକତ କରୁଛନ୍ତି । ସେ କହିଛନ୍ତି ଯେ ୫ଟି କଥା କହି ସ୍ୱଚ୍ଛ ଶାସନ ଚାଲିଥିବା କହୁଥିବା ବେଳେ ଜଗଦୀଶ ଙ୍କ ଘଟଣା ରାଜ୍ୟରେ ଭାତ ହାଣ୍ଡିରୁ ଗୋଟିଏ ବୋଲି ସେ କହିଛନ୍ତି ।