ଭୁବନେଶ୍ୱର,ବିଜେପି ଓବିସି ମୋର୍ଚ୍ଚା ଗାଁ ଗାଁ ଚାଲ ଏବଂ ଘର ଘର ଚାଲ ଅଭିଯାନ ଆରମ୍ଭ କରିବ । ମୋର୍ଚା ୬ ଏପ୍ରିଲ ବିଜେପି ପ୍ରତିଷ୍ଠା ଦିବସ ଏବଂ ୧୪ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନିଆ ଅଭିଯାନ ଚଲାଇବ । ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ କ୍ରିଷ୍ଣା ଗୌର ଏଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୯ ଦିନିଆ ଏହି ଅଭିଯାନରେ ୧ ଲକ୍ଷ ଗାଁ ୧୦ ଲକ୍ଷ ଘରେ ପହଞ୍ଚିବ ଦଳ । ମୋଦି ସରକାରଙ୍କ ୯ ବର୍ଷର ଜନ କଲ୍ୟାଣକାରୀ ଜୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ।
କୃଷ୍ଣା ଗୌର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାର ଓବିସିଙ୍କ ନ୍ୟାୟ ଏବଂ ଅଧିକାରରୁ ବଂଚିତ କରିଛନ୍ତି । ୨୭ ପ୍ରତିଶତ ସଂରକ୍ଷଣ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ସରକାର ସେଥିରୁ ବଞ୍ଚିତ କରିଛନ୍ତି । ବିଜେପି ଓବିସି ମୋର୍ଚ୍ଚା ବାରମ୍ବାର ଦାବୀ କରୁଛନ୍ତି । ଯଦି ରାଜ୍ୟ ସରକାର ସଂରକ୍ଷଣ ନ ଦିଅନ୍ତି ତାହେଲେ ଏହି ସଂଘର୍ଷ ଆଗକୁ ଯିବ ।