-
ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁରରେ ସର୍ବାଧିକ ୧୪୮.୮ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ରାଜ୍ୟରେ ପଶ୍ଚିମା-ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମା-ଝଡ଼ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁରରେ ସର୍ବାଧିକ ୧୪୮.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାର ମାଥିଲିରେ ୧୨୯.୦ ମି.ମି., କୋରାପୁଟରେ ୧୨୨.୦ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୧୧୨.୦ ମି.ମି., ବାଲେଶ୍ଵର ଜିଲ୍ଲାର ରେମୁଣାରେ ୯୧.୦ ମି.ମି., ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ୯୦.୦ ମି.ମି., ମାଲକାନଗିରି ଜିଲ୍ଲାର ପଡ଼ିଆରେ ୮୦.୦ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୭୭.୦ ମି.ମି., ମାଲକାନଗିରିରେ ୭୪.୧ ମି.ମି., ବାଲେଶ୍ଵର ଜିଲ୍ଲାର ସୋରୋରେ ୭୧.୦ ମି.ମି., ବାଲେଶ୍ଵରରେ ୭୦.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୬୬.୦ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୫୭.୪ ମି.ମି. ଏବଂ କଟକ ଜିଲ୍ଲାର ନରସିଂହପୁରରେ ସର୍ବନିମ୍ନ ୫୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।