କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ କେନ୍ଦ୍ରାପଡା ବ୍ଲକର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କୁନି ବୈଜ୍ଞାନିକମାନେ ୭୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ବିଜ୍ଞାନ ମେଳାର ଉଦ୍ଘାଟନ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ ସଭାପତିତ୍ୱ କରିଥିବାବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ଏହି ବିଜ୍ଞାନ ମେଳାର ସେକ୍ ସମସୁର ଅଲ୍ଲୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧାରଣ କେନ୍ଦ୍ରର ସଂଯୋଜକ ଭାଗିରଥି ନନ୍ଦ, ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା, କୁତରଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୈାରାଙ୍ଗ ଚନ୍ଦ୍ର ସାହୁ ଏବଂ ଓସ୍ତପୁର ସରପଂଚ କବିତା ବାରିକ ପ୍ରମୁଖ ଯୋଗଦେଇ ବିଜ୍ଞାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଦା ସର୍ବଦା ଅନୁସନ୍ଧିତ ହେବା ବୋଲି ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜ୍ଞାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହୀତ କଳାକୁ ବିକଶିତ କରିଥାଏ । ଅପରାହ୍ନରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପ୍ରଦର୍ଶିତ ହୋଇଥିବା ୭୫ଟି ବିଜ୍ଞାନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତାଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଯୋଗଦେଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ସୋପନରେ ପହଁଚାଇଥାଏ । ଛାତ୍ର ଛାତ୍ରୀମାନେ ବିଜ୍ଞାନ ଆହରଣ କରି ଜୀବନର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ପଂଚାୟତ ସମିତି ଅଧ୍ୟକ୍ଷ ଅନାମବଂଧୁ ଧଳ, ବିଆର୍ସିସି ଭାଗିରଥି ନନ୍ଦ, ପଂଚାୟତ ସମିତି ସଭ୍ୟ ପ୍ରସନ୍ନ କୁମାର ରାଉତ, ସରପଂଚ କବିତା ବାରିକ, ଫକୀର ଚରଣ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ । ସି.ଆର୍.ସିସି ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା ସଭା ପରିଚାଳନା କରିଥିଲେ । ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ, ବଳଦେବ ପ୍ରସାଦ ଜେନା, ସେକ୍ ମନସୁର ଅଲ୍ଲୀ, ସେକ୍ ଗୟାସୁଦ୍ଦିନ୍, ସେକ୍ ଅସଗର ଅଲ୍ଲୀ ଶଙ୍କର୍ଷଣ ମେକାପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
October 25, 2024