ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ବର୍ତମାନ ଦଶମ ଶ୍ରେଣୀର ମେଟ୍ରିକ ପରୀକ୍ଷା ଚାଲିଛି । ମେଟ୍ରିକ ପରୀକ୍ଷା ର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି । ବଲାଙ୍ଗୀରରେ ଗୋଟିଏ ଅଡିଓ ବୁଲୁଚି ଯେଉଁଥିରେ ପିଲାଙ୍କୁ କୁହାଯାଉଛି 10 ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ । ଆଉ 4 ଟା ଦରକାର ଥିଲେ 40 ହଜାର ଦେବାକୁ ପଡିବ । ବଲାଙ୍ଗୀର ରେ ବି ଦୁଇଟି ବିଷୟର ପ୍ରଶ୍ନ ପତ୍ର ଲିକ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏଇଟା କଣ ଫାଇଭ ଟି ବୋଲି ସେ ପ୍ରଶ୍ନ କରିଛନ୍ତି ।
Related Stories
November 25, 2024