ଭୁବନେଶ୍ୱର, ହୋମଗାର୍ଡଙ୍କ ଦରମା ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଶନିବାର ଦିନ ବିଧାନସଭାରେ ଉଠାଇଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ସେ କହିଛନ୍ତି ଯେ ୫୩୩ ଟଙ୍କା ଦୈନିକ ଦରମା ଦେବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କାଲି ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି । ସରକାର ଏମିତି ନିଷ୍ପତ୍ତି କେମିତି ନେଉଛନ୍ତି। କିଏ ଏ ସରକାର ଚଳାଉଛି, ଏ ସରକାରକୁ ଏଭଳି ବୁଦ୍ଧି ଦେଉଛି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।