-
ରାଜ୍ୟରେ ଅମଲାତାନ୍ତ୍ରିକ ସରକାର ଚାଲିଥିବାର ପ୍ରମାଣ, ଜନ ପ୍ରତିନିଧିଙ୍କ ସମ୍ମାନ ନାହିଁ
-
ଗୃହରେ କ୍ଷମା ମାଗନ୍ତୁ ବିଭାଗୀୟ ମନ୍ତ୍ରୀ, ଦୁଃଖ ପ୍ରକାଶ କରନ୍ତୁ ମୁଖ୍ୟ ଶାସନ ସଚିବ
-
ବିରୋଧୀ ଦଳ ଓ ସରକାରୀ ଦଳ ମୁହାଁମୁହିଁ, ଗୃହ ମୁଲତବୀ
ଭୁବନେଶ୍ୱର,ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଝ଼ଡ ସୃଷ୍ଟି ହୋଇଛି । ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ବୋଲି କହିବା ସହ ରାଜ୍ୟରେ ଗଣତନ୍ତ୍ର ନୁହେଁ ବରଂ ଅମଲାତାନ୍ତ୍ରିକ ସରକାର ଚାଲିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉପରେ କଡା ଆକ୍ରମଣ କରିଥିଲେ । ତାଙ୍କର ବକ୍ତବ୍ୟକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୁଜାରୀ ବକ୍ତବ୍ୟ ରଖିବା ପରେ ବିରୋଧୀ ଦଳ ଓ ସରକାରୀ ଦଳର ମଧ୍ୟରେ କଥା କଟା କଟି ହେବାର ଦେଖିବାକୁ ମିଳିଥିଲା । ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ବାରମ୍ବାର ସ୍ଥଗିତ ରଖିଥିଲେ । ଏହା ଫଳରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ମନ୍ତ୍ରୀ ମାନେ ସରକାର । ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ଆଜି ସମ୍ବାଦପତ୍ରରେ ଏକ ଖବର ଓ ଫଟୋ ପ୍ରକାଶ ପାଇଛି ଯେଉଁଥିରେ ମନ୍ତ୍ରୀ ରୀତା ସାହୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାର ଉଲ୍ଲେଖ ରହିଛି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି । ଦିନ ଦି ପ୍ରହରରେ ଗଣତନ୍ତ୍ର କୁ ଧର୍ଷଣ କରାଯାଉଛି । ମନ୍ତ୍ରୀ ଯାଇ ଭେଟୁଛନ୍ତି ମୁଖ୍ୟ ଶାସନ ସଚିବଙ୍କୁ । ଏଭଳି ସ୍ଥିତିକୁ ଗୃହ କିପରି ବରଦାସ୍ତ କରିବ ।
ବୁକ ସର୍କୁଲାର ୪୭କୁ କୌଣସି ଅଧିକାରୀ ମାନେ ମାନୁ ନାହାନ୍ତି । ଶୂନ୍ୟକାଳରେ କୌଣସି ଅଫିସର ଅଫିସର ଗ୍ୟାଲେରୀରେ ବସୁ ନାହାନ୍ତି । ଆମେ କେବଳ ବିଧାନସଭାରେ କାନ୍ଥ ଭିତରେ କଥା କହୁଛୁ । ଜନ ପ୍ରତିନିଧି ମାନଙ୍କର ମାନ ସମ୍ମାନ ନାହିଁ ।
ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ମୁଖ୍ୟ ସଚିବ ମନ୍ତ୍ରୀଙ୍କୁ ପରାମର୍ଶ ଦେବା କଥା ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରନ୍ତୁ । କିନ୍ତୁ ସେ ସେପରି ନ କରି ଖୁବ ଖୁସିରେ ଚେକ୍ ନେଉଥିବାର ଦେଖିବାକୁ ମିଳୁଛି । ଏହା ଦ୍ୱାରା ଆମେ ଲଜ୍ଜିତ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ତେଣୁ ଆଗକୁ ଏମିତି ଆଉ ହେବ ବୋଲି ନାହିଁ ବୋଲି ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ । ମୁଖ୍ୟ ଶାସନ ସଚିବ ବି ରିଗ୍ରେଟ କରନ୍ତୁ ।
ଅନ୍ୟ ପକ୍ଷରେ ନରସିଂହ ମିଶ୍ର କହୁଥିବା ବେଳେ ଗୃହରେ ଜା୍ୱବ ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୁଜାରୀ । ସେ କହିଛନ୍ତି ଯେ କଂଗ୍ରେସ ବିଧାୟକ ଦଳର ନେତା ତାଙ୍କ ବକ୍ତବ୍ୟରେ ଜଣେ ମନ୍ତ୍ରୀ ଙ୍କୁ କୁହନ୍ତୁ । ମନ୍ତ୍ରୀ ମାନଙ୍କୁ କୁହନ୍ତୁ ନାହିଁ । ରାଇଡ଼ର ଯଦି ଠିକ ଅଛି ଘୋଡା ଠିକ ଚାଲିବ । ଏଭଳି କହିକି ମନ୍ତ୍ରୀ ମାନଙ୍କ କ୍ଷମତା କ୍ଷୁର୍ଣ୍ଣ କରାଯାଉଛି । ଯେତେବେଳେ ଯାହା ପ୍ରଶ୍ନ କରିବେ ମୋ ଖୋଲାଖୋଲି ଉତ୍ତର ଦେବି ।
ତାଙ୍କର ଏହି ବକ୍ତବ୍ୟ ପରେ ନରସିଂହ ମିଶ୍ର ତାଙ୍କ କଥା ନ ସରିବା ସତ୍ୱେ ମନ୍ତ୍ରୀଙ୍କୁ କାହିଁକି କହିବାକୁ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ କିଛି ସମୟ କଥା କଟା କଟି ହୋଇଥିଲା । ଏହି ମାମଲାରେ ବିରୋଧୀ ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ୧୫ ମିନିଟ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସେହି ସମାନ ସ୍ଥିତି ଦେଖା ଯାଇଥିଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।