କନ୍ଧମାଳ, ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ୧୪ତମ ଆଦିବାସୀ ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଇନ୍ଦୋର (ମଧ୍ୟ ପ୍ରଦେଶ) ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ଯ ଅତିଥି ଭାବରେ ଉପ ଜିଲ୍ଲାପାଳ ବାଲିଗୁଡାର ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ୧୨୭ ସିଆରପିଏଫ ବାଲିଗୁଡାର କମାନ୍ଡେଣ୍ଟ୍ ଆନନ୍ଦ ଝା, ମାଉଳି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ପଂଚାୟତର ସେଶ୍ରା ଗାଁ ଓ ଚଙ୍ଗା ପଦରର ୨୦ ଜଣ ଭାଇ ଓ ଭଉଣୀ ମାନେ କାର୍ଯକ୍ରମ ପାଇଁ ଇନ୍ଦୋର ଯାତ୍ରା କରିଛନ୍ତି। ତାଙ୍କ ସହ ଏସକର୍ଟ ଭାବରେ ସିଆରପିଏଫ ବାଲିଗୁଡ଼ାର ଲିଲି ଭୋଇ ଓ ସମିରନ୍ ପାଠକ ଯାଉଛନ୍ତି। ଏହି କାର୍ଯକ୍ରମଟି ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ପର୍ଯନ୍ତ ଅନୁଷ୍ଠିତ ହେବ।
ବୈଠକରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ବାଲିଗୁଡ଼ା ସିଆରପିଫର କମାଣ୍ଡେଣ୍ଟ ମଉଳି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।