
-
ସ୍ୱାଭାବିକ ହେଲା ବସ୍ ଚଳାଚଳ
ଭୁବନେଶ୍ୱର, ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ଶୁକ୍ରବାର ସକାଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଥିଲେ ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପଦ ହୋଇଥିବା ସୂଚନା ମିଳିଥିଲା । ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ଜାଣିବା ପରେ ଆଜି ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରୁଛି । ଆଉ କେତେକ ସ୍ଥାନକୁ ବସ୍ ଚଳାଚଳ କରି ପାରି ନାହିଁ । ସେହି ସ୍ଥାନକୁ କିପରି ବସ୍ ଚଳାଚଳ କରିବ ଆମେ ପ୍ରସ୍ତୁତ ହେଉଛି । ଆମେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଥିଲୁ । ହେଲେ ଆମେ ଆନ୍ଦୋଳନ କରିବୁ ନାହିଁ । ପରିସ୍ଥିତି ଉପରେ ନଜର ରଖିଛୁ, ଦିନ ଗୋଟାଏ ପରେ ଯାହା ନିଷ୍ପତି ନେବୁ । ବର୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି ।
ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ୍ ସୁରକ୍ଷା ନଦେବାରୁ ବସ୍ କର୍ମଚାରୀ ଗାଡି ଚଳାଇବାକୁ ଅମଙ୍ଗ ହୋଇଥିଲେ ।ଏଥିପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ବସ୍ ଚଳାଚଳ ବନ୍ଦ କରିବୁ ବୋଲି ଚେତାବନୀ ଦେଇଥିଲା ଘରୋଇ ବସ୍ ମାଲିକ ସଂଘ ।