ଭୁବନେଶ୍ୱର, ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବ ଗତକାଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ହେଁ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିବ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଖ୍ୟ ସଚିବ ଦେଇଥିବା ଲିଖିତ ପ୍ରତିଶ୍ରୁତିକୁ ସଂଘ ଗହଣ କରୁନାହିଁ । ଏଥିରେ କୌଣସି କର୍ମକର୍ତା ଖୁସି ନଥିବା ସଂଘ ସଭାପତି କହିଛନ୍ତି । ସରକାର ଯେପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଆନ୍ଦୋଳନ ଜାରି ରହିବ ।
ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ । ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଥିଲେ ।