-
ଗତ ୨୪ ଘଂଟା ମଧ୍ୟରେ ଲମତାପୁଟରେ ସର୍ବାଧିକ ୬୮.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ରାଜ୍ୟରେ ପଶ୍ଚିମା-ଝଡ଼ର ପ୍ରଭାବ ଜାରି ରହିଛି । ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝଡ଼ ପବନ ସହ ଘଡ଼ଘଡ଼ି ଏବଂ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ସେହିପରି ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବାଧିକ ୬୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୫୬.୨ ମି.ମି., ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ୫୦.୪ ମି.ମି., କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୩୬.୦ ମି.ମି., ନବରଙ୍ଗପୁରରେ ୨୬.୦ ମି.ମି., କନ୍ଧମାଳ ଜିଲ୍ଲାର ଟିକାବାଲିରେ ୨୬.୦ ମି.ମି., କନ୍ଧମାଳ ଜିଲ୍ଲାର ଖଜୁରିପଡ଼ାରେ ୨୨.୨ ମି.ମି., ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୧୮.୦ ମି.ମି., ରାୟଗଡ଼ା ଜିଲ୍ଲାର ବିଷମ କଟକ ୧୭.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୧୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।