ଜୟପୁର- ଜୟପୁର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ସମ୍ମୁଖରେ ବିଶ୍ୱ ମାନବାଧିକାର ଦିବସରେ ବିଭିନ୍ନ ଦାବୀ ନେଇ ସିପିଆଇ ପକ୍ଷରୁ ଗଣ ଧାରଣା ଦିଆଯାଇଛି । କୋରାପୁଟ ଜିଲା ସିପିଆଇ ତରଫରୁ ଏହି ଗଣ ଧାରଣା ଦିଆଯାଇଥିବା ବେଳେ ଆଜିର ଦିନରେ ଖାଦ୍ୟ, ବସ୍ତ୍ର, ବାସଗୃହ , ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଲଢିବାକୁ ପଡୁଛି । ସମ୍ବିଧାନକୁ ଖଣ୍ଡ ଖଣ୍ଡ କରି ଦିଆଯାଉଛି । ମଣିଷକୁ ମଣିଷ ପରି ବଂଚିବାକୁ ସୁଯୋଗ ଦିଆଯାଉ, ନିର୍ଭୟା ପାଣ୍ଠି ସଠିକ୍ ଭାବେ ଖର୍ଚ୍ଚ କରାଯାଉ, ମହିଳାଙ୍କୁ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରାଯାଉ ଆଦି ଦାବିରେ ଧାରଣା ଦିଆଯାଇଛି ।
ଏହି ଧାରଣାରେ ସିପିଆଇ ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।