ଭୁବନେଶ୍ୱର, ଡ୍ରାଇଭର ଆନ୍ଦୋଳନକୁ ନେଇ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଗୃହରେ ନିଜ ବିବୃତିରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶେଷ ହେବା ପରେ ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିବୃତି ରଖିବାକୁ ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ଗତ କାଲି ବାଚସ୍ପତି ଦେଇଥିବା ନିର୍ଦେଶ ଅନୁସାରେ ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଛନ୍ତି । ୩ ମାସରେ ଡ୍ରାଇଭରଙ୍କ ଦାବିକୁ ଯଥୋଚିତ ପୂରଣ କରିବାକୁ ନିଷ୍ପତ୍ତି ହୋଇଛି । ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି।