ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପୁନନିର୍ଯୁକ୍ତିକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଆଜି ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସର ମାନଙ୍କର କ୍ଲବରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଆଜି ଯେତେବେଳେ ରାଜ୍ୟର ଯୁବକ ମାନେ କାମ ପାଉ ନାହାନ୍ତି ସେଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ଲୋକଙ୍କୁ କାମରେ ଲଗାଉଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି ଯେ ଅସିତ ତ୍ରିପାଠୀ, ବାଲ କ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସ ପରି ଅଧିକାରୀ ମାନଙ୍କୁ ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି । ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଳବ ପାଲଟିଛି । ଏଇଟା କଣ ମୋ ସରକାର, ଏଇଟା କଣ ଫାଇଭ ଟି , ଏଇଟା କଣ ଏକ ବିଚାର ଧାରା ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସରର ଅଫିସର ମାନଙ୍କୁ ଥଇଥାନ କରାଯାଉଛି । ଗୃହରେ ଏ ନେଇ ସରକାରଙ୍କ ବକ୍ତବ୍ୟ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।