-
ବିରୋଧୀ ଦଳ ଠାରୁ ଆରମ୍ଭ କରି ଶାସକ ଦଳର ସଭ୍ୟ ମାନେ ମଧ୍ୟ କଲେ ଦାବି
ଭୁବନେଶ୍ୱର, ରାଜ୍ୟର ବୟସ୍କ ଲୋକ, ବିଧବା ଓ ଭିନ୍ନ କ୍ଷମ ମାନଙ୍କୁ ପ୍ରଦାନ କରା ଯାଉଥିବା ଭତା ଓ ପେନସନ ରାଶିକୁ ବୃଦ୍ଧି କରା ଯାଉ । ବର୍ତମାନ ଯେତିକି ଭତା ମିଳୁଛି ତାହା ଖୁବ କମ । ତେଣୁ ଏହି ରାଶିକୁ ବଢାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଆଜି ବିଧାନସଭାରେ ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନର ଆଲୋଚନା ବେଳେ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ ମାନେ ଏହି ଦାବି କରିଛନ୍ତି । ଗୃହର ଉଦବେଗକ ୁ ଦେଖିବା ପରେ ସରକାର ଏହା ଉପରେ ବିଚାର କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।
ବିଧାୟକ ମକରନ୍ଦ ମୁଦୁଲୀ କହିଥିଲେ ଯେ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଅଧିକ ଭତା ମିଳୁଛି । ତେଣୁ ଲୋକ ମାନେ ଏହି ଭତା ରାଶିକୁ ବଢାଇବାକୁ ସେମାନଙ୍କ ନିକଟରେ ଦାବି କରୁଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟ ସରକାର ୨ ଲକ୍ଷ ୩୦ କୋଟି ଟଙ୍କାର ଏତେ ବଡ ବଜେଟ ଆଗତ କରିବା ସତ୍ୱେ ଯଦି ଆମେ ବୟସ୍କ ଲୋକ ମାନଙ୍କର ଓ ଭିନ୍ନକ୍ଷମ ମାନଙ୍କର ଭତା ରାଶି ବୃଦ୍ଧି ନ କରି ପାରିବା ତେବେ କିପରି ହେବ । ଏହି ରାଶିକୁ ଅନ୍ୟୁନ ଏକ ହଜାର ଟଙ୍କା କରିବାକୁ ସେ ଦାବି କରିଛନ୍ତି ।
ସେହିପରି କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ମୁକେଶ ମହାଲିଙ୍ଗ, ରାଜକିଶୋର ଦାସ ପ୍ରମୁଖ ଏହି ଭତା ରାଶିକୁ ବଢାଇବାକୁ ଦାବି କରିଥିଲେ ।