ଭୁବନେଶ୍ୱର,ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ଦେହରେ ନିଆଁ ଲଗାଇଦେଇଥିବା ଦିବ୍ୟାଙ୍ଗ ଯୁବକଙ୍କ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଧାନସଭାରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗରୀବ ଓ ଅନୁସୂଚିତ ଜାତି ଶ୍ରେଣୀର ଦିବ୍ୟାଙ୍ଗ ଯୁବକ ଋଣ କରି ଏକ ଲୁନା କିଣିଥିଲେ । ହେଲେ ସେ ଏହାର କିସ୍ତି ଶୁଝି ପାରୁ ନ ଥିଲେ । ତେଣୁ ଋଣ ପ୍ରଦାନକାରୀ ସଂସ୍ଥା ତାଙ୍କୁ ଅର୍ଥ ପରିଶୋଧ କରିବାକୁ କହୁଥିଲେ । ଏଥି ପାଇଁ ସେ ତାଙ୍କର ଜମି ବିକ୍ରି କରିବାକୁ ତହସିଲରୁ ଅନୁମତି ମାଗିଥିଲେ । ଦୀର୍ଘ ଏକ ବର୍ଷ ବିତି ଯିବା ପରେ ମଧ୍ୟ ତାଙ୍କୁ ଅନୁମତି ମିଳି ନ ଥିଲା । ତେଣୁ ଶେଷରେ ସେ ଆତ୍ନଦାହ କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ଠାରୁ ଦୁଃଖଦ ଘଟଣା ଆଉ କଣ ହୋଇ ପାରେ । ତେଣୁ ଏହି ମାମଲାରେ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।