-
ହଟ୍ଟଗୋଳ କାରଣରୁ ଗୃହ କାର୍ଯ ବାଧିତ ହେଲା
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କର ପୁନନିର୍ଯୁକ୍ତି ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟ ପରେ ସରକାରୀ ଦଳର ବିଧାୟକ ଅରୁଣ ସାହୁ ଏହାର ଉତ୍ତର ଦେଇଥିଲେ । ତେବେ ତାଙ୍କର ବକ୍ତବ୍ୟର କିଛି ଅଂଶକୁ ବିଜେପି ବିଧାୟକ ମାନେ ବିରୋଧ କରିଥିଲେ । ସେମାନେ ଗୃହ ମଧ୍ୟ ଭାଗକୁ ଯାଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତିଙ୍କୁ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖିବାକୁ ପଡିଥିଲା ।