ଭୁବନେଶ୍ୱର,କେନ୍ଦ୍ରାପଡାରେ ପୋଲ ଭୁଷୁଡିବା ମାମଲାରେ କଂଟ୍ରାକ୍ଟର ଓ ଇଂଜିନିୟରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବିରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ ଓ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ପରେ ବାଚସ୍ପତି ସରକାରଙ୍କୁ ଏ ବିଷୟରେ ଧ୍ୟାନ ଦେବାକୁ ନିର୍ଦେଶ ଦେବା ପରେ ସ୍ଥିତି ସାମାନ୍ୟ ହୋଇଥିଲା ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ କେନ୍ଦ୍ରାପଡାରେ 40 କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଭୁଷୁଡି ଯାଇଛି । ଏହି ମାମଲାରେ କଂଟ୍ରାକ୍ଟରଙ୍କୁ ଗିରଫ କରାଯାଇ ନାହିଁ। ମୁଖ୍ୟ ଇଂଜିନିୟରଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଣୁ ଏମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି କଂଗ୍ରେସ ବିଧାୟକ ମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ସେମାନେ ନାରାବାଜୀ କରିଥିଲେ । ପରେ ବାଚସ୍ପତି ସରକାରଙ୍କୁ ଏ ବିଷୟରେ ଧ୍ୟାନ ଦେବାକୁ ନିର୍ଦେଶ ଦେବା ପରେ ସ୍ଥିତି ସାମାନ୍ୟ ହୋଇଥିଲା ।