ଜୟପୁର- ଜୟପୁର ବ୍ଲକରେ ୩ଟି ସ୍ଥାନରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରିବାକୁ ସ୍ଥିର ହୋଇଥିଲା । ସେହି ଅନୁଯାୟୀ ମଙ୍ଗଳବାର କୁମୁଲିପୁଟ ପଂଚାୟତ କାର୍ଯ୍ୟାଳୟରେ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ୧୦ଟି ପଂଚାୟତର ଗ୍ରାମବାସୀ ସାମିଲ୍ ହୋଇଥିଲେ । ବିଡିଓ ସୁରଜ କୁମାର ପଟ୍ଟନାୟକ, ଡିଏସଏସଓ ସିମାଚଂଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ୧୩୯ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ତନ୍ମଧ୍ୟରୁ ୬୪ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିଲା । ୫୯ ଜଣ ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ,୫୯ ଜଣଙ୍କୁ ପାସ ବୁକ୍ ପ୍ରଦାନ ଏବଂ ୫୦ ଜଣଙ୍କୁ ବସ ପାସ୍ ଦିଆଯାଇଥିଲା ।
ଆସନ୍ତା ୧୨ ତାରିଖରେ ଡଙ୍ଗରଛିଂଚିରେ ୪ଟି ପଂଚାୟତ ଓ ୧୩ ତାରିଖରେ ଜୟପୁର ବ୍ଲକ କାର୍ଯ୍ୟାଳୟରେ ୮ଟି ପଂଚାୟତ ବାସୀ ଓ ପୌରାଚଂଳବାସୀ ସାମିଲ ହେବା ନେଇ ନିଷ୍ପତି ହୋଇଛି । ଉକ୍ତ ଦିନ ଭିନ୍ନକ୍ଷମ ମାନେ ଉପସ୍ଥିତ ରହି ସରକାରି ଯୋଜନାରେ ସାମିଲ ହେବା ପାଇଁ ସଚେତନ କରାଯାଇଥିବା ଜଣାଯାଇଛି ।